Prananath College Building

News & Event

'ସମ୍ବାଦ ସାହିତ୍ୟଘର' ପକ୍ଷରୁ ମହାବିଦ୍ୟାଳୟରେ ବୃକ୍ଷରୋପଣ

Date: 28-07-2022

ଖୋର୍ଦ୍ଧା, ୨୭/୭ (ଇମିସ): ଖୋର୍ଦ୍ଧା 'ସମ୍ବାଦ ସାହିତ୍ୟ ଘର' ଓ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଆଜି କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ଡ. ରଞ୍ଜିତା ସେଠୀ ଚଳିତ ମାସରେ ଅବସର ଗ୍ରହଣ କରିବାକୁ ଥିବା ବେଳେ ଅବସରକାଳୀନ ସମ୍ବର୍ଦ୍ଧନାରେ ତାଙ୍କ ଉଦ୍ଦେଶ୍ୟରେ ବୃକ୍ଷ ଚାରା ରୋପଣ କରିବା ପାଇଁ ମହାବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଆଜି ପୂର୍ବାହ୍ଣରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡ. ରଞ୍ଜିତା ସେଠୀ, ଉପାଧ୍ୟକ୍ଷା ଡ. ଅଜନ୍ତା ଶତପଥୀ, ଅଧ୍ୟାପକ ଡ. ବ୍ରଜ କିଶୋର ସାହୁ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, 'ସମ୍ବାଦ ସାହିତ୍ୟ ଘର'ର ସଭାପତି ସତ୍ୟବାଦୀ ବଳିଆରସିଂହ, ଉପସଭାପତି ଡ. ପ୍ରଫୁଲ୍ଲ କୁମାର ସାମନ୍ତରାୟ, ସଂପାଦକ ଗୋବିନ୍ଦଚନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ଇତିଶ୍ରୀ ସାହୁ, ଉପଦେଷ୍ଟା ଡ. ବୃନ୍ଦାବନ ପଣ୍ତା, ରାମଶଙ୍କର, ଡ. ପ୍ରମୋଦ ଚନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର ପ୍ରସାଦ ପ୍ରମୁଖ ଯୋଗ ଦେଇ ୨୦ଟି ଦେବଦାରୁ ବୃକ୍ଷ ଚାରା ରୋପଣ କରିଥିଲେ। ଏନ୍‌ସିସି ଅଧିକାରୀ ଅସୀମା ଶତପଥୀଙ୍କ ନେତୃତ୍ବରେ ଏନ୍‌ସିସି ଛାତ୍ରଛାତ୍ରୀ ଇପ୍ସିତା, ରଞ୍ଜିତ୍‌, ଶୁଭଶ୍ରୀ, ଅଳକା, ପ୍ରିୟଦର୍ଶନୀ, ଜିଜ୍ଞାସା, ବିଶ୍ଵ ବିକାଶ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।