Prananath College Building

News & Event

ପ୍ରାକ୍ତନ ସାଂସଦଙ୍କ ବିୟୋଗରେ ସ୍ମୃତିସଭା

Date: 24-05-2022

ଖୋର୍ଦ୍ଧା, ୨୪।୫ (ଆ.ପ୍ର): ବାମପନ୍ଥୀ ନେତା ତଥା ପ୍ରାକ୍ତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ମଙ୍ଗଳବାର ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ସ୍ମୃତିସଭା କରାଯାଇଥିଲା। ସେ ପ୍ରାଣନାଥ ପଟ୍ଟନାୟକଙ୍କ ସହଯୋଗୀ ଥିବାବେଳେ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଦସ୍ୟ ଥିଲେ। ଅଧ୍ୟକ୍ଷା ଡଃ ରଞ୍ଜିତା ସେଠୀଙ୍କ ସଭାପତିତ୍ଵରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦପ୍ରସାଦ ମହାନ୍ତି, ଉପାଧ୍ୟକ୍ଷା ଅଜନ୍ତା ଶତପଥୀ, ପ୍ରାଧ୍ୟାପକ ମୌସୁମୀ କାନୁନଗୋ, ପ୍ରଣବ କିଶୋର ମହାନ୍ତି, ମାଧବ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ସାହୁ, ବିନୋଦିନୀ ମିଶ୍ର, ବିନ୍ଦୁଶ୍ରୀ ମିଶ୍ର, ଗୀତାରାଣୀ ପାଢ଼ୀ, ଅଶୋକ ପ୍ରଧାନ, ଅଜୟ କୁମାର ମିଶ୍ର, ସୁନୀତା ତ୍ରିପାଠୀ, ଶୁଭେନ୍ଦୁ ମହାନ୍ତି, ସନ୍ତୋଷ କୁମାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ବୈଶାଖ, ରଶ୍ମି କର ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ କରିଥିଲେ । ସେହିପରି ସ୍ଥାନୀୟ ମାର୍ଗଦର୍ଶୀ ଅନୁଷ୍ଠାନ ପକ୍ଷରୁ ସତ୍ୟରଞ୍ଜନ ଲାଲାଙ୍କ ପୌରୋହିତ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥୁରେ ଜବାହରଲାଲ ସୁବୁଦ୍ଧି, ପ୍ରଭାତ ମିଶ୍ର, ଅର୍ଜୁନ ବାରିକ, ସୁଧାକର ଦଳେଇ, ଶରତ ସାହୁ, କାଶିନାଥ ରାଏ ପ୍ରମୁଖ ଯୋଗଦେଇଥିଲେ ।