Prananath College Building

News & Event

ପ୍ରାଣକୃଷ୍ଣଙ୍କ ପୁଣ୍ୟତିଥି ପାଳିତ

Date: 10-05-2022

ଖୋର୍ଦ୍ଧା, ୯।୫ (ଆପ୍ର): ଖୋର୍ଦ୍ଧା ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରେ ସୋମବାର ସ୍ୱର୍ଗତ ପ୍ରାଣକୃଷ୍ଣ ମହାପାତ୍ରଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ପ୍ରାଣନାଥ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ପ୍ରାଣକୃଷ୍ଣ ମହାପାତ୍ରଙ୍କ ନାମରେ ମହାବିଦ୍ୟାଳୟର ଛାତ୍ରାବାସକୁ ନାମିତ କରାଯାଇଥିଲା । କଲେଜ ଅଧ୍ୟକ୍ଷା ଡ. ରଞ୍ଜିତା ସେଠୀଙ୍କ ସଭାପତିତ୍ଵରେ ଏହି ପୁଣ୍ୟତିଥ୍ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଛାତ୍ରାବାସର ତତ୍ତ୍ୱାବଧାରକ ଡ. ସନ୍ତୋଷ କୁମାର ମିଶ୍ର, ସହ ତତ୍ତ୍ୱାବଧାରକ ଜଗନ୍ନାଥ ସାହୁ, ଅକ୍ଷୟ କୁମାର ପଟ୍ଟନାୟକ, ବିଜୟ କୁମାର ପରମଗୁରୁ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିବାବେଳେ ପରିବାର ପକ୍ଷରୁ ଦୀନକୃଷ୍ଣ ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ।