
ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ କଳା ଓ ସଂସ୍କୃତି କ୍ଲବ୍ର ଉଦ୍ଘାଟନୀ ଉତ୍ସବ
Date: 17-04-2022

ଖୋର୍ଦ୍ଧା, ୧୭|୪ (ଆ.ପ୍ର): ସ୍ଥାନୀୟ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ କଳା ଓ ସଂସ୍କୃତି କ୍ଲବର ଉଦ୍ଘାଟନୀ ଉତ୍ସବ କଲେଜ ଅଧ୍ୟକ୍ଷା ଡ. ରଞ୍ଜିତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ମନୋଜ କୁମାର ପାଢୀ ଯୋଗଦେଇ କଳା ଓ ସଂସ୍କୃତିକୁ ବଜାୟ ରଖିବାକୁ ଛାତ୍ର ସମାଜକୁ ଆହ୍ବାନ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ଶିଳ୍ପୀ ରାଜକିଶୋର ନାଏକ ଯୋଗଦେଇ ଉତ୍କଳୀୟ କଳା ଓ ସଂସ୍କୃତିର ମହାନତା ଉପରେ ଆଲୋକପାତ କରିଥିଲେ। କଳା ଓ ସଂସ୍କୃତି କ୍ଲବ ସଂଯୋଜିକା ପ୍ରାଧ୍ୟାପିକା ଗୀତାରାଣୀ ପାଢୀ ଏଥିରେ ସଂଯୋଜନା କରିଥିବାବେଳେ ପ୍ରାଧ୍ୟାପିକା ସୁନୀତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ଯୋଗ ଦେଇଥିଲେ।