
75th Indian Army Day Celebration by NCC Troops of the College

ଆଜି ତା 15.01.2023 ରବିବାର ଭାରତୀୟ ସେନା ଦିବସ ପାଳନ ଉପଲକ୍ଷେ ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ବାରା ଏକ ଶୋଭାଯାତ୍ରା ମହାବିଦ୍ୟାଳୟ ଠାରୁ ମୁକୁନ୍ଦ ପ୍ରସାଦ ଛକ ପର୍ଯ୍ୟନ୍ତ ଯାଇ କଲେଜ କୁ ଫେରି ଥିଲା। ଏହି ସଭାର ନେତୃତ୍ବ ଶ୍ରୀ ଦେବ ପ୍ରସାଦ ମଜୁମଦାର, ପୂର୍ବତନ ଆରକ୍ଷୀ ଅଧିକ୍ଷକ, ନୟାଗଡ, ଶ୍ରୀ ଜିତେନ୍ଦ୍ର କୁମାର ସ୍ବାଇଁ, CTO, Lt.Banoj Dehury, ପୂର୍ବତନ ସମର ଶିକ୍ଷାର୍ଥୀ ବାହିନୀର ପଦାଧିକାରୀ, ଶ୍ରୀ ସୁକୁମାର ପଟ୍ଟନାୟକ, ବିଭାଗୀୟ ମୂଖ୍ୟ, ଅଭିବିଦ୍ୟୁତ , ଅନୀତା ମହାପାତ୍ର, ସୁଧାଂଶୁମାଳିନୀ ରାଉତ ଇତ୍ୟାଦି ନେଇ ଥିଲେ। ଶୋଭା ଯାତ୍ରା ସମାପ୍ତି ପରେ ଅତିଥି ଗଣ ଏକ ସଭାରେ ବର୍ତ୍ତମାନ ର କ୍ୟାଡେଟ ମାନଙ୍କୁ ସଭା ର ଉଦ୍ଦେଶ୍ୟ ବୁଝାଇ ଏକ ଶୃଙ୍ଖଳିତ ଜବାନ ଭାବେ ଭାରତୀୟ ସେନାରେ ଯୋଗ ଦେଇ ଏକ ଅଧିକାରୀ ଭାବେ ଆବିର୍ଭାବ ହେବା ପାଇଂ ଆହ୍ବାନ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡକ୍ଟର ଅଜନ୍ତା ଶତପଥୀ ଏବଂ ମହିଳା ସମର ଶିକ୍ଷାର୍ଥୀ ବାହିନୀର ପଦାଧିକାରୀ Lt.ଅସୀମା ଶତପଥୀ ଉତ୍ସାହ ପ୍ରଦାନ କରି ଥିଲେ ।